କୁଆଁରୀ ଝିଅଙ୍କ ଅପୂର୍ବ ପରବ,
ଶରତ ଋତୁରେ ଆସଇ କୁମାରୋତ୍ସବ।
ନିର୍ମଳ ଆକାଶେ ହସେ ପୂର୍ଣ୍ଣ ଶଶୀ,
ତାରା ସାଜିଥାନ୍ତି ସାଥୀ ଆନନ୍ଦରେ ଭାସି।
ସକାଳୁ ଉଠିଲେ କୁମାରୀ କନ୍ୟା,
ନୂଆ ବସ୍ତ୍ର ପିନ୍ଧି, କରିଣ ସଜ୍ଜା।
ତୁଳସୀ ଚଉରା ମୂଳେ କରନ୍ତି ପୂଜା,
ସୂର୍ଯ୍ୟ ଦେବତାକୁ ଟେକନ୍ତି ଆଞ୍ଜୁଳା।
ସନ୍ଧ୍ୟା ଆସିଲେ, ଧରେ ପୂଜା ଥାଳି,
ନୂଆ ଚାଉଳର ଚାନ୍ଦ ଚକଟା ଗଢ଼ାହୁଏ ବାଳି।
ଜହ୍ନ ଉଇଁଗଲେ ଲୋଡ଼ି ଭବିଷ୍ୟତର ବର,
ପ୍ରାଣ ଭରି ଗାଇବେ ସେ ଗୀତ ମଧୁର।
କୁଆଁର ପୁନେଇଁ ଜହ୍ନ ଲୋ, ଫୁଲ ବଉଳ ବେଣୀ,
କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ,
ପୁଚି ଖେଳିବାକୁ ମନ ଲୋ ଫୁଲ ବଉଳ ବେଣୀ..."
ଅଗଣା ମଝିରେ ସମସ୍ତେ ଏକାଠି,
ନାଚି କୁଦି ଖେଳନ୍ତି ପୁଚି ସାରା ରାତି।
ଗଜଲକ୍ଷ୍ମୀ ମା' ସେଠି ହୁଅନ୍ତି ପୂଜିତା,
ଧନ-ଧାନ୍ୟ ଦିଅନ୍ତି, ସଫଳ ହୁଏ ଚିନ୍ତା।
କୁମାର ପୂର୍ଣ୍ଣିମା ଆଣେ ପ୍ରେମ, ସ୍ନେହ ଆଉ ହସ,
ପରମ୍ପରାକୁ ବଞ୍ଚାଇ ରଖିବ ଏ ଓଡ଼ିଶା ଦେଶ।
©® ସବିତା ସାହୁ

